ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ : ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ହେବ ପରିଚାଳିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଗୃହରେ ୪ ଦିନ ବିତର୍କ ପରେ ବାଚନିକ ଭୋଟରେ ବିଲ୍ ପାରିତ ହୋଇଛି । ଏଣିକି ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷକୁ ବୃଦ୍ଧି କରାଯାଇଛି । ସମାନ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ଭିସିଙ୍କ ବଦଳି ହେବନି । ଅନ୍ୟପଟେ ଏହାକୁ କଳା ଆଇନ୍ ଓ କଳା ଦିବସ ବୋଲି କହିଛନ୍ତି ନରସିଂହ ମିଶ୍ର ।

ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ  ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ ଭିସି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ତାହା ଭିନ୍ନ ରହିଛି । ଗୁଜରାଟ, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ବ୍ୟବସ୍ଥାଠାରୁ ଭିନ୍ନ । ସେହିସବୁ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । ଓଡିଶାରେ ନିରପେକ୍ଷତା, ସ୍ୱଚ୍ଛତାର ଭିସି ଚୟନ ହୋଇଥାଏ । ରାଜ୍ୟପାଳ ନିଯୁକ୍ତି କରନ୍ତି, ଫଳରେ ଅଟୋନମି ନଷ୍ଟ ହୋଇନଥାଏ । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷ କରାଯାଇଛି । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରି ସିଣ୍ଡିକେଟ ବ୍ୟବସ୍ଥାକୁ ମଜବୁତ କରାଯାଇଛି । ଜାତୀୟ ଶିକ୍ଷାନୀତିକୁ ତର୍ଜମା କରିବା ପାଇଁ କମିଟି ଗଠନ କରାଯାଇଛି ।’

Leave A Reply

Your email address will not be published.