ସ୍କୁଲରେ ପାଳନ ହେବ ସ୍ୱାଧିନତା ଦିବସ, ରହିବେନି ଛାତ୍ରଛାତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ଅନଲକ ୩.୦ ରେ କିଛି ମାତ୍ରାରେ କଟକଣା କୋହଳ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ କଟକଣା କଡ଼ାକଡ଼ି ରହିଛି। ତେବେ ଚଳିତ ବର୍ଷ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ଦେଶରେ ପାଳନ କରାଯାଉଛି। କୋଭିଡ କଟକଣାକୁ ପାଳନ କରି ଏ ବର୍ଷ ପାଳନ ହେଉଛି ସ୍ୱାଧୀନତା ଦିବସ। ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବା ସମୟରେ ଛାତ୍ରଛାତ୍ରୀମାନେ ସାମିଲ ହେବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶ ରହିଛି। ପତାକା ଉତ୍ତୋଳନ ବେଳେ କେବଳ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଧୀନତା ଦିବସ ପାଳନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏପରିକି ସକାଳ ୯ଟାରୁ ୧୧ଟା ମଧ୍ୟରେ ଏହି ସବୁ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.