ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର

0

ବନ୍ୟା ବିପନ୍ନ ମହିଳାଙ୍କୁ ରାଜ୍ୟ ସରକାର ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ । ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି ।

ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଅଞ୍ଚଳରେ ସାନିଟାରୀ ନାପକିନ୍ ବଣ୍ଟାଯିବ । ମହିଳାଙ୍କ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ପ୍ୟାଡକୁ ଅନ୍ତର୍ଭୁକ୍ତ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟାଞ୍ଚଳରେ ରିଲିଫ୍ କିଟ୍‌ରେ ସାନିଟାରି ନାପକିନ୍ ବଣ୍ଟନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

SOA post below
Leave a comment