ହ୍ରାସ ହେବ ସ୍କୁଲ ପିଲାଙ୍କ ବ୍ୟାଗର ଓଜନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପିଲାମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ କେତେ ହେବ ତାହା ଧାର୍ଯ୍ୟ କରାଯାଇଛି । ଏଥିସହିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ କୌଣସି ହୋମ୍‌ଓ୍ବାର୍କ ନଦେବା ପାଇଁ କୁହାଯାଇଛି । ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିଭାଗ ପକ୍ଷରୁ ଏନେଇ ସର୍କୁଲାର ଜାରି କରାଯାଇଛି । ଧାର୍ଯ୍ୟ ଓଜନଠାରୁ ସ୍କୁଲ ବ୍ୟାଗ୍‌ର ଓଜନ ଯେପରି ଅଧିକ ନହୁଏ, ସେଥିପାଇଁ ପିଲାମାନଙ୍କୁ ଅତିରିକ୍ତ ପୁସ୍ତକ ଏବଂ ପାଠ୍ୟୋପକରଣ ନଆଣିବା ଲାଗି ସ୍କୁଲ କର୍ତ୍ତୃପକ୍ଷ କହିବେ । 

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ ବ୍ୟାଗ୍‌ର ସର୍ବାଧିକ ଓଜନ ୧.୫ କିଲୋଗ୍ରାମ ଧାର୍ଯ୍ୟ ହୋଇଥିଲା ବେଳେ ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଲାଗି ଏହା ୨ରୁ ୩ କିଲୋଗ୍ରାମ ମଧ୍ୟରେ ରଖିବାକୁ କୁହାଯାଇଛି । ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଲାଗି ବ୍ୟାଗ୍‌ର ଓଜନ ୪ କିଲୋଗ୍ରାମ ମଧ୍ୟରେ ରଖିବାକୁ କୁହାଯାଇଥିଲା ବେଳେ ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ଠାରୁ ସର୍ବାଧିକ ସୀମା ୪.୫ କିଲୋଗ୍ରାମ ଏବଂ ଦଶମ ପିଲାଙ୍କ ଲାଗି ସର୍ବାଧିକ ୫ କିଲୋଗ୍ରାମ ଧାର୍ଯ୍ୟ ହୋଇଛି ।

ଗାଇଡଲାଇନ୍ସ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାଙ୍କ ଲାଗି ପାଠ୍ୟକ୍ରମରେ ଭାଷା ଏବଂ ଗଣିତ ବ୍ୟତୀତ ଅନ୍ୟ କୌଣସି ବିଷୟ ରହିବ ନାହିଁ । ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଏନସିଇଆର୍‌ଟି ଭାଷା, ଗଣିତ ସହିତ ଇଭିଏସ ନିର୍ଦ୍ଧାରଣ କରିଛି ।

Leave A Reply

Your email address will not be published.