ଶ୍ରୀମନ୍ଦିର ଉପରେ ଚଢ଼ିଲେ ଯୁବକ

ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ । ପୂର୍ବ ଗତ ୨ବର୍ଷ ତଳେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ଜଣେ ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଥିବା ଖବର ହସ୍ତଗତ ହୋଇଛି । ଚୁନରା ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଯୁବକ ଅଟକ ରହିଛନ୍ତି । ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷିୟ ଜିତୁ ଗୌଡ଼ ।
କଣ ପାଇଁ ଯୁବକ ଜଣଙ୍କ ଏପରି କାର୍ଯ୍ୟ କଲେ ଓ ଆଉ କିଏ କିଏ ସହଯୋଗ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ୍ କର୍ମଚାରୀ ମହଜୁଦ୍ ଥାଇ ମଧ୍ୟ ଏପରି ଘଟଣା କିପରି ଘଟିଲା ତାହା ଚିନ୍ତା ବଢାଇଛି ।