ବିଜୟଙ୍କୁ ପ୍ରାର୍ଥୀ କରିବା ପରେ ବିଜେପିରେ ବଢ଼ିବ ଅନ୍ତର୍ନ୍ଦ୍ୱନ୍ଦ୍ୱ

0

ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ବିଧିବଦ୍ଧ ଭାବେ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ଦଳର ପ୍ରଭାରୀ ଅରୁଣ ସିଂହଙ୍କ ସହ କଥା ହେବା ପରେ ବିଜୟ ବିଜେପିକୁ ଫେରିଥିବା ନିଷ୍ପତ୍ତିକୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । କିନ୍ତୁ ବିଜେପିକୁ ଫେରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ହଟଚମଟ ଦେଖାଦେଇଛି । ତାଙ୍କୁ ଦଳ ପକ୍ଷରୁ ପାଟକୁରା କିମ୍ବା ମହାକାଳପଡ଼ା ଟିକେଟ ଦିଆଯିବ ବୋଲି ଶୁଣାଯାଉଥିବା ବେଳେ ଏହାକୁ ନେଇ ଅନେକେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ସାଧାରଣ ନିର୍ବାଚନ ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ଆଶାୟୀ ଅଛନ୍ତି । ସେ ସେଠାରେ ନିଜର ସଂଗଠକ ମଜଭୁତ କରିବା ସହ ଅନେକ ସମୟରେ ସଭା ଶୋଭାଯାତ୍ରା କରି ନିଜର ପତିଆରା ଜାହିର କରିଛନ୍ତି । ସେହିପରି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଭୁବନମୋହନ ଜେନା ଆଶାୟୀ ଅଛନ୍ତି । ସେ ମଧ୍ୟ ଦଳୀୟ କର୍ମୀଙ୍କୁ ଏକାଠି କରି ନିଜର ସଂଗଠନ ସୁଦୃଢ଼ କରିବାରେ ସକ୍ଷମ ହୋଇଛନ୍ତି । ବୁଧବାର ଭୁବନମୋହନଙ୍କ ନେତୃତ୍ୱରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ମାର୍ଶାଘାଇ କ୍ରସିଂଠାରୁ ଏହି ଶୋଭାଯାତ୍ରା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ନିର୍ବାଚନ ପୂର୍ବରୁ ଭୂବନମୋହନ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଏହି ଶୋଭଯାତ୍ରାର ଆୟୋଜନ କରିଥିବା କୁହାଯାଉଥିବା ବେଳେ ବିଜେପି ପାଇଁ ବିଜୟ ପ୍ରସଙ୍ଗହୀନ ବୋଲି ଏହି ଶୋଭାଯାତ୍ରା ସମୟରେ ଭୁବନମୋହନ କହିଥିଲେ । ତେବେ ଆଜି ବିଜୟ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦଳର ରାଜ୍ୟମୁଖ୍ୟଙ୍କ ଗତି କେଉଁ ଆଡେ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଥାଉ କି, ବିଜୟଙ୍କୁ ବିଜେପି ପାଟକୁରା ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.