ନିଷ୍ପତ୍ତିରେ ହେଲା ପରିବର୍ତ୍ତନ; ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ

0

ଆସନ୍ତାକାଲି ଘୋଷଣା କରାଯାଇଥିବା ନିଷ୍ପତି ହେଲା ପରିବର୍ତ୍ତନ। ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ । ୭୬ ତମ ସ୍ବାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ । ଏହା ସହିତ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧୫ ପାଇଁ ଗତ କାଲି ସରକାର ନୂଆ ଗାଇଡଲାଇନ ଆଣିଥିଲେ । ଚଳିତବର୍ଷ ମଧ୍ୟ ପିଲାମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଉତ୍ସବରୁ ବଞ୍ଚିତ କରିବା ପାଇଁ ଏଥିରେ ଉଲେଖ କରାଯାଇଥିଲା ସ୍କୁଲରେ ପାଳନ ହେବାକୁ ଥିବା ଅଗଷ୍ଟ ୧୫ ଉତ୍ସବରେ ଛାତ୍ରଛାତ୍ରୀଭାଗ ନେଇ ପାରିବେନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ କିନ୍ତୁ ଆଜି ମନ୍ତ୍ରୀ ତାଙ୍କ ନିଷ୍ପତ୍ତିକୁ ପୁଣି ପରିବର୍ତ୍ତନ କରିଛନ୍ତି। ଉଭୟ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନଙ୍କୁ ନେଇ ସ୍କୁଲରେ ପତାକା ଉତ୍ତୋଳନ କରାଯିବ।

SOA post below
Leave a comment