ସଂସଦରେ ବି ଆରମ୍ଭ ହେଲା ଥର୍ମାଲ ସ୍କ୍ରିନିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇସର ପାଇଁ ଏୟାରପୋର୍ଟ ଭଳି ଆଜି ସଂସଦର ପ୍ରବେଶ ପଥରେ ସଚେନତା ଓ ସ୍କ୍ରିନିଂ ଆରମ୍ଭ ହୋଇଛି। ପୂର୍ବରୁ ସଂସଦ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଜାରି ହୋଇଥିଲା। ହେଲେ ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି। ସ୍କ୍ରିନିଂ ବେଳେ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଆଜି ଗୃହ ମଧ୍ୟରେ କିଛି ସାଂସଦ ମୁହଁରେ ମାସ୍କ ଲଗାଇଥିବା ବି ଦେଖିବାକୁ ମିଳିଛି। ପୂର୍ବରୁ ସାଂସଦମାନଙ୍କୁ ଅଯଥା ସଂସଦ ପରିସରରେ ଭିଡ଼ କରିବାକୁ ମନା କରାଯାଇଥିଲା। ସେହିପରି ସଂସଦ ଭିତରକୁ ବାହାର ଲୋକଙ୍କୁ ନ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭାରତରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଥିବା ବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସରକାର ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଥିଲେ ହେଁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Leave A Reply

Your email address will not be published.