ଏହି ୫ଟି ରାଶି ଶନିଦେବଙ୍କ ପ୍ରିୟ; ଶନିବାର ଏହି ଉପାୟରେ ପାଆନ୍ତୁ ଶନିଦେବଙ୍କ କୃପା

ସମସ୍ତେ ଖୁସି ଜୀବନ ଚାହିଁଥାନ୍ତି। ସେଥିପାଇଁ ସେମାନେ କଠିନ ପରିଶ୍ରମ କରିଥାନ୍ତି କି ତାଙ୍କୁ ଭଲ ଚାକିରି ଓ ସୁଖମୟ ଜୀବନ ଅତିବାହିତ ହେଉ। ହେଲେ କବେକେବେ ଗ୍ରହ ନକ୍ଷତ୍ରଙ୍କ ଖରାପ ପ୍ରଭାବ କାରଣରୁ ସବୁକିଛି ଖରାପ ହୋଇଥାଏ। ଶନିଦେବ ମାନବକୁ ତାର କର୍ମ ଅନୂସାରେ ଫଳ ଦେଇଥାନ୍ତି। ଶନିଙ୍କ କୃପା ବିନା କୌଣସି ବ୍ୟକ୍ତି ଜୀବନ ଅତିବାହିତ କରି ପାରି ନଥାଏ। କେତେବେଳେ ଶନି ଭଲ କର୍ମ ପାଇଁ ଭଲ ଫଳ ଦେଇଥାନ୍ତି ତ ବେଳେବେଳେ ସମସ୍ତେ ଖୁସି ଜୀବନ ଚାହିଁଥାନ୍ତି। ସେଥିପାଇଁ ସେମାନେ କଠିନ ପରିଶ୍ରମ କରିଥାନ୍ତି କି ତାଙ୍କୁ ଭଲ ଚାକିରି ଓ ସୁଖମୟ ଜୀବନ ଅତିବାହିତ ହେଉ। ହେଲେ କବେକେବେ ଗ୍ରହ ନକ୍ଷତ୍ରଙ୍କ ଖରାପ ପ୍ରଭାବ କାରଣରୁ ସବୁକିଛି ଖରାପ ହୋଇଥାଏ।
ଶନିଦେବ ମାନବକୁ ତାର କର୍ମ ଅନୁସାରେ ଫଳ ଦେଇଥାନ୍ତି। ଶନିଙ୍କ କୃପା ବିନା କୌଣସି ବ୍ୟକ୍ତି ଜୀବନ ଅତିବାହିତ କରି ପାରି ନଥାଏ। କେତେବେଳେ ଶନି ଭଲ କର୍ମ ପାଇଁ ଭଲ ଫଳ ଦେଇଥାନ୍ତି ତ ବେଳେବେଳେ ଖରାପ ଫଳ ଦେଇଥାନ୍ତି। ଶନିଙ୍କ ଦେବଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି ରାଶି ଗୁଡିକ।
ଶନିଦେବଙ୍କ ପ୍ରିୟ ସେହି ପାଞ୍ଚଟି ହେଉଛି- ବିଛା, ମିଥୁନ, ଧନୁ, ମକର ଓ କନ୍ୟା
ଏହି କାମ ପାଇଁ ଶନିଦେବ କୃପା କରିଥାନ୍ତି : ଯେଉଁ ବ୍ୟକ୍ତି ସତ୍ୟ କହିବା ସହ ସଚ୍ଚୋଟ ହୋଇଥାନ୍ତି। ଯେଉଁ ବ୍ୟକ୍ତି ନିର୍ବଳ ଓ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି। ଯେଉଁ ବ୍ୟକ୍ତି ଗୁରୁଜନଙ୍କୁ ସମ୍ମାନ କରି ସେମାନଙ୍କ ସେବା କରନ୍ତି। ଏପରି ବ୍ୟକ୍ତିଙ୍କ ଉପରେ ଶନିଦେବ ସର୍ବଦା କୃପା କରିଥାନ୍ତି।
ଏହି କାମ ପାଇଁ ଶନିଦେବ କୋପ କରିଥାନ୍ତି : ଯେଉଁ ବ୍ୟକ୍ତି କପଟ କରିବା ସହ ମିଥ୍ୟା କହିଥାନ୍ତି। ଯେଉଁ ବ୍ୟକ୍ତି ଗୁରୁଜନଙ୍କୁ ଅପମାନ କରିଥାନ୍ତି। ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ନାହିଁ, ସୂର୍ଯ୍ୟାସ୍ତ ସମୟରେ ଶୋଇଥାନ୍ତି। ଯେଉଁ ବ୍ୟକ୍ତି ସବୁଜ ବୃକ୍ଷଲତାକୁ କାଟନ୍ତି। ଏପରି ବ୍ୟକ୍ତି ଶନିଦେବଙ୍କ କୋପର ଶିକାର ହୋଇଥାନ୍ତି।
ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ: ଜୀବନରେ ସଚ୍ଚୋଟ ହେବା ସହ ସତ୍ୟ କଥା କହିବା ଉଚିତ।ପ୍ରତ୍ୟେକ ଦିନ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରନ୍ତୁ। ଏବଂ ଶନିବାରରେ ଅଶ୍ବତ୍ଥ ବୃକ୍ଷରେ ଜଳ ଚଢାନ୍ତୁ।