ଏହିସବୁ ଶୁଭ ସଂକେତ ଜୀବନରେ ଆଣିଦିଏ ପରିବର୍ତ୍ତନ

ମଣିଷ ଜୀବନରେ ପ୍ରତିଦିନ ଆମକୁ ଏଭଳି ଅନେକ ସଂକେତ ମିଳିଥାଏ ଯାହା ଆଗକୁ ଆମ ଜୀବନର ଗତିପଥ କିପରି ହେବ ସେଥିନେଇ ସଂକେତ ଦେଇଥାଏ। ଏପରି କିଛି ସଂକେତ ଆମପାଇଁ ଶୁଭ ସାବ୍ୟସ୍ତ ହେଉଥିବା ବେଳେ ଆଉ କିଛି ଆମ ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ତେବେ, ଆଗକୁ ଧନପ୍ରାପ୍ତି ହେବାର ଥିଲେ ମଧ୍ୟ ଏଭଳି କିଛି ସଂକେତ ମିଳିଥାଏ:-
– ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ସ୍ବପ୍ନରେ କୌଣସି ମହିଳା ନାଲି ରଙ୍ଗର ଶାଢ଼ୀ ପିନ୍ଧିବା ସହ ଶୃଙ୍ଗାର ହୋଇଥାଏ ତେବେ ଏହା ଧନ ପ୍ରାପ୍ତିର ସଂକେତ ବୋଲି ଧରି ନିଆଯାଏ।
– ସ୍ୱପ୍ନଶାସ୍ତ୍ର ଅନୁଯାଇ ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି ହେଲେ ଆପଣଙ୍କୁ ଶୁଭ ସଂକେତ ମିଳିଥାଏ।
-କୌଣସି କାର୍ଯ୍ୟ କରିବାକୁ ଯାଉଥିବା ବେଳେ ଯଦି ଆପଣଙ୍କୁ ନାଚୁଥିବା ମୟୁର ଦେଖିବାକୁ ମିଳିଥାଏ ତେବେ ଏହା ଏକ ଶୁଭ ସଂକେତ ବୋଲି ଧରି ନିଆଯାଏ।
-ସେହିପରି କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଉଥିବା ବେଳେ କିନ୍ନରଙ୍କୁ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ। କିନ୍ନରଙ୍କୁ ଦେଖିଲେ ତାଙ୍କୁ କିଛି ପଇସା ଦାନ କରନ୍ତୁ, ଯଦି ସେମାନେ ଏହା ଭିତରୁ କିଛି ଟଙ୍କା ଫେରାଇ ଦିଅନ୍ତି ତେବେ ଏହାକୁ ଘରେ ରଖିଲେ ଧନ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି।
-ପକେଟରେ ଟଙ୍କା ରଖିବା ସମୟରେ ଯଦି ଟଙ୍କା ଖସି ତଳେ ପଡ଼ିଯାଏ ତେବେ ଏହା ଏକ ଶୁଭ ସଂକେତ ଅଟେ। ଏପରି ହେଲେ ଆଗକୁ ଟଙ୍କା ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ।