ଗର୍ଭାବସ୍ଥା ସମୟରେ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ଯାହା ଶିଶୁର ବିକାଶରେ କରିବ ସାହାଯ୍ୟ

0

ଗର୍ଭାବସ୍ଥାରେ ଆପଣ ଏପରି ଜିନିଷ ଖାଇବା ଉଚିତ୍, ଯାହା ପ୍ରୋଟିନ୍, ଆଇରନ୍, ଫୋଲିକ୍ ଏସିଡ୍ ଏବଂ ଆୟୋଡିନ୍ ପରି ପୋଷକ ତତ୍ତ୍ୱରେ ଭରପୂର ରହିଥିବ | ଖାଦ୍ୟରେ କ୍ୟାଲସିୟମ ପରିମାଣ ରହିଲେ ପିଲାମାନଙ୍କର ବିକାଶରେ ସାହାଯ୍ୟ କରିବ | ଗର୍ଭାବସ୍ଥାରେ ଆପଣଙ୍କୁ ଅଧିକ କ୍ୟାଲୋରୀ ଖାଇବା ଆବଶ୍ୟକ | ମାତ୍ର ଅଧିକ କ୍ୟାଲୋରୀରେ ଚର୍ବି ଏବଂ ଜଙ୍କ ଫୁଡ୍ ଖାଆନ୍ତୁ ନାହିଁ | ଗର୍ଭାବସ୍ଥାରେ କିଛି ଜିନିଷ ଅଛି ଯାହାକୁ ଆପଣ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଶିଶୁଟି ସୁସ୍ଥ ଓ ବିକାଶରେ ସାହାଯ୍ୟ କରିବ …

ଦହି ସ୍ମୁଦୀ:
ଯଦି ଆପଣ ଥଣ୍ଡା ଏବଂ ସ୍ୱାଦିଷ୍ଟ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ଦହି ସ୍ମୁଦୀ ଖାନ୍ତୁ | ଦହିରେ କ୍ୟାଲସିୟମ ଭରପୂର ଅଟେ, ଯାହା ଶିଶୁର ହାଡ ଏବଂ ଦାନ୍ତର ବିକାଶ ପାଇଁ ଜରୁରୀ ଅଟେ | ଦହି ସ୍ମୁଦୀ ମଧ୍ୟ ପ୍ରୋଟିନର ଏକ ଉତ୍ତମ ଉତ୍ସ |

ଆଭୋକାଡୋ:
ଆଭୋକାଡୋ ଅନ୍ୟ ଫଳଠାରୁ ଭିନ୍ନ କାରଣ ଏହା କାର୍ବସ୍ ପରିବର୍ତ୍ତେ ସୁସ୍ଥ ଚର୍ବିରେ ଭରପୂର | କାରଣ ଏହା କେବଳ କ୍ରିମି ଏବଂ ସ୍ୱାଦିଷ୍ଟ ନୁହେଁ ବରଂ ଫାଇବର, ପୋଟାସିୟମ୍ ଏବଂ ଭିଟାମିନ୍ ସି ମଧ୍ୟ ଅଧିକ |

କଦଳୀ:
ପୋଟାସିୟମର ସବୁଠାରୁ ସର୍ବୋତ୍ତମ ଉତ୍ସ ମଧ୍ୟରେ କଦଳୀ ଅନ୍ୟତମ | ଏଥିରେ ଭିଟାମିନ୍ B6 ଏବଂ ଫାଇବର ଅଧିକ ରହିଥାଏ | ଏଥିସହ କଦଳୀରେ ଅନେକ ଭିଟାମିନ୍ ଭରପୂର ରହିଥାଏ |

ବ୍ଲୁବେରି:
ବ୍ଲୁବେରି କେବଳ ସ୍ୱାଦିଷ୍ଟ ନୁହେଁ, ଦୁନିଆର ଆଣ୍ଟିଅକ୍ସିଡାଣ୍ଟର ଅନ୍ୟତମ ଶକ୍ତିଶାଳୀ ଉତ୍ସ ଅଟେ | ବ୍ଲୁବେରି ଗୁଡିକ ମଧ୍ୟ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ |

କମଳା:
କମଳାରେ ବହୁ ମାତ୍ରାରେ ଭିଟାମିନ୍ ସି ରହିଥାଏ | ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଅଧିକ ରହିଥାଏ | ଗର୍ଭାବସ୍ଥାରେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ |

ଅଣ୍ଡା:
ଯଦି ଆପଣ ଅଣ୍ଡା ଖାଉଛନ୍ତି, ତେବେ ସିଝା ଅଣ୍ଡା ଖାଆନ୍ତୁ | ସ୍ନାକ୍ସ ପାଇଁ ଏହା ସବୁଠାରୁ ବେଷ୍ଟ ଅଟେ, କାରଣ ଏଥିରେ ଶିଶୁକୁ ଶକ୍ତି ଏବଂ ପୋଷକ ତତ୍ତ୍ୱ ପ୍ରଦାନ କରିବାରେ ସହାୟକ ହୁଏ | ପ୍ରୋଟିନ୍ ବ୍ୟତୀତ ଅଣ୍ଡାରେ କୋଲିନ୍ ମଧ୍ୟ ଥାଏ |

ନଟ୍ସ :
ଆପଣ ନିଜ ଖାଦ୍ୟରେ ବାଦାମ, କାଜୁ, ପିସ୍ତା କିମ୍ବା ଅଖରୋଟ ଭଳି ନଟ୍ସକୁ ବ୍ୟବହାର କରିପାରିବେ, କାରଣ ଗର୍ଭାବସ୍ଥାରେ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୁଏ | ଏଥିରେ ଓମେଗା -୩ ଓ ଫ୍ୟାଟି ଏସିଡ୍ ଥାଏ, ଯାହା ଶିଶୁର ମସ୍ତିଷ୍କର ବିକାଶ ପାଇଁ ସହାୟକ ହୁଏ |

SOA post below
Leave a comment