କର କ୍ଲିନିକ ଯାଇଥିଲେ ତୃତୀୟ କରୋନା ରୋଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର କ୍ଲିନିକ ଯିବାକୁ ମନା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଭୁବନେଶ୍ୱର ସ୍ଥିତ କର କ୍ଲିନିକକୁ ତୃତୀୟ କରୋନା ରୋଗୀ ଚିକିତ୍ସା ପାଇଁ ଯାଇଥିବାରୁ ରାଜ୍ୟ ସରକାର ଏହାକୁ ଏକ ପ୍ରକାରର ସିଲ କରିଥିବା ଟ୍ୱିଟର ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସୂଚନା ଅନୁଯାୟୀ, ରାଜ୍ୟର ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ସେ ନିଜ ଚିକିତ୍ସା ପାଇଁ କର କ୍ଲିନିକ ଯାଇଥିବାରୁ ସରକାର ରୋଗୀଙ୍କୁ ସେଠାକୁ ଯିବାକୁ ବାରଣ କରିଛନ୍ତି । ଏପରିକି କେଉଁ ଡାକ୍ତର ଓ ନର୍ସମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏବଂ ସେମାନେ ଅନ୍ୟ କେଉଁ ରୋଗୀଙ୍କୁ ଦେଖିଛନ୍ତି ଏହାକୁ ନେଇ ସରକାର ଏକପ୍ରକାର ଚିନ୍ତାରେ ପଡିଯାଇଛି । ସରକାର ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଅପରପକ୍ଷରେ ତୃତୀୟ କରୋନା ରୋଗୀ ବାହାରକୁ ଯାଇଥିଲେ ନା ନାହିଁ । ସେ କିପରି କରୋନା ର ଶିକାର ହେଲେ ଏହାର ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.