ବର୍ଦ୍ଧିତ ଯାତ୍ରୀଙ୍କ ସଂଖ୍ୟା ପାଇଁ ନିର୍ମାଣ ହେବ ତୃତୀୟ ଟର୍ମିନାଲ୍

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ୍ । ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ଦେଖି ତୃତୀୟ ଟର୍ମିନାଲ୍ ନିର୍ମାଣ ହେବ । ଏହି ଟର୍ମିନାଲ୍ ନିର୍ମାଣରେ ପାଖାପାଖି ୯୩୦ କୋଟି ଖର୍ଚ୍ଚ ହେବାର ଆକଳନ କରାଯାଇଛି । ସିଭିଲ୍ ଆଭିଏସନ୍ ସେଣ୍ଟ୍ରାଲ୍ ୟୁନିୟନ ସେକ୍ରେଟାରୀ ଏସମ୍ୱନ୍ଧରେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଦେଶର ଅନ୍ୟ ସମସ୍ତ ବିମାନବନ୍ଦର ଠାରୁ ଅଧିକ । ବର୍ଦ୍ଧିତ ଯାତ୍ରୀ ହାର କୁ ଦେଖିଲେ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ପରି ସ୍ଥାନକୁ ଓଡ଼ିଶାର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦର ତାଲିକା ପ୍ରକାଶିତ ହୋଇଥିଲା । ଯେଉଁଥିରେ ଯାତ୍ରୀ ଯାତାୟାତ ସଂଖ୍ୟାରେ ପ୍ରଥମ ଥିବା ବେଳେ ବର୍ଦ୍ଧିତ ଯାତ୍ରୀ ସଂଖ୍ୟାରେ ଭୁବନେଶ୍ୱର ବିମାନ ଆଗରେ ଥିଲା । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀ ଙ୍କ ସୁବିଧା କୁ ପ୍ରାଧାନ୍ୟ ଦେଇ ଏହି ତୃତୀୟ ଟର୍ମିନାଲ ନିର୍ମାଣ ହେବାକୁ ଯାଉଛି ।

Leave A Reply

Your email address will not be published.