ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା

0

ଏଥର ବିନା କଟକଣାରେ ପାଳନ ହେବ ଗଣେଶ ପୂଜା। ଗତ ୨ ବର୍ଷ ଧରି କରୋନା କଟକଣା ଭିତରେ ବିନା ଭକ୍ତରେ ପ୍ରଭୁଙ୍କ ପୂଜା ଆୟୋଜନ କରାଯାଉଥିଲା। ହେଲେ ଚଳିତ ବର୍ଷ ରାଜଧାନୀରେ ସେଭଳି କିଛି କଟକଣା ଲାଗିବ ନାହିଁ। ଏନେଇ ବୁଧବାର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ବିଏମସି କମିଶନର କହିଛନ୍ତି, କୋଭିଡ଼ କଟକଣା ଆଉ ନାହିଁ। ତେଣୁ ଏଥର ରାଜଧାନୀରେ ବିନା କଟକଣାରେ ଧୁମ୍‌ଧାମରେ ଗଣେଶ ପୂଜା ହୋଇପାରିବ। ଏଥିରେ ଶ୍ରଦ୍ଧାଳୁ ବି ସାମିଲ ହୋଇପାରିବେ। ଏଥର ଭକ୍ତ ସିଧାସଳଖ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ। ତେବେ କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ସେ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି।

SOA post below
Leave a comment