ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସିଟିଂରେ ପରିବର୍ତ୍ତନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ସରିବ । ଏବର୍ଷ ପରୀକ୍ଷା ସିଟିଂରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ସିଟିଂ ସକାଳ ୧୦ଟାରୁ ସାଢେ ୧୨ଟା ଓ ଦ୍ୱିତୀୟ ସିଟିଂ ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ । ଏଥର ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ର ଓ ୩୦୪ଟି ନୋଡାଲ ସେଣ୍ଟରରେ ପିଲା ପରୀକ୍ଷା ଦେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏଥର ମୋଟ ୫ ଲକ୍ଷ ୪୫ ହଜାର ୩୬୪ ରେଗୁଲାର ପିଲା ପରୀକ୍ଷା ଦେବେ । ପରୀକ୍ଷାର୍ଥୀମାନେ ଫେବୃଆରୀ ୮ରୁ ୱେବସାଇଟରୁ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ ।

Leave A Reply

Your email address will not be published.