୩ ଶିଶୁଙ୍କ ଅନାହାରରେ ମୃତ୍ୟୁ, ମା ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ ଖାଦ୍ୟ ଅଭାବ ଓ କୁପୋଷଣ ଯୋଗୁଁ ତିନି ଭଉଣୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ପୂର୍ବ ଦିଲ୍ଲୀର ମଣ୍ଡାବଳୀ ଅଞ୍ଚଳ ରେ ଘଟିଛି ଏହି ଦୁଃଖଦ ଘଟଣା । ଅନାହାରରେ ପ୍ରାଣ ହରାଇଥିବା ୩ ଶିଶୁଙ୍କ ପରିବାରକୁ ଦିଲ୍ଲୀ ସରକାର ତୁରନ୍ତ ୨୫ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାସହ ପିଲାଙ୍କର ମାଆଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମ୍ପୂର୍ଣ୍ଣ ମାଗଣାରେ ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ବୋଲି ଗୁରୁବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀରେ କାମ ଅନ୍ବେଷଣରେ ଆସିଥିବା ଗୋଟିଏ ପରିବାରର ୩ ସନ୍ତାନଙ୍କର ଅନାହାରରେ ମୃତ୍ୟୁ ଘଟିଥିଲା। ଯଥାକ୍ରମେ ୮, ୪ ଓ ୨ ବର୍ଷର ଶିଶୁକନ୍ୟାଙ୍କୁ ଧରି ଜଣେ ମାନସିକଗ୍ରସ୍ତ ମହିଳା ମଙ୍ଗଳବାର ହସ୍ପିଟାଲରେ ପହଞ୍ଚିଥିଲେ ସୁଦ୍ଧା ଡାକ୍ତର ସେଠାରେ ପିଲାମାନଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୮ ଦିନ ହେବ କିଛି ନ ଖାଇ ଥିବାରୁ ପିଲାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ତେବେ ରାଜଧାନୀ ଦିଲ୍ଲୀ ଭଳି ସ୍ଥାନରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ପିଲାମାନଙ୍କ ପିତା ଜଣେ ରିକ୍ସା ଚାଳକହୋଇଥିବା ବେଳେ ମା’ ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି ।

Leave A Reply

Your email address will not be published.