ଓଡିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଓଡିଶାର ୩ ଜଣ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶପଥ ପାଠ କରାଇଛନ୍ତି। ତିନି ଜଣ ଓଡ଼ିଆ ସାଂସଦ ଓଡ଼ିଆ ଭାଷାରେ ଶପଥ ନେଇଛନ୍ତି।
ସାଂସଦ ଏ.ଭି ସ୍ୱାମୀ,ଏ.ୟୁ ସିଂହଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ତାଙ୍କ ସ୍ଥାନରେ ଆଜି ବିଜେଡ଼ିର ଏହି ତିନିଜଣ ରାଜ୍ୟସଭାକୁ ପ୍ରବେଶ କରିଛନ୍ତି।
ସୌମ୍ୟରଞ୍ଜନ ଓ ପ୍ରଶାନ୍ତଙ୍କର ରାଜନୀତିରେ ପୂର୍ବରୁ ଅଭିଜ୍ଞତା ରହିଥିବା ବେଳେ ଅଚ୍ୟୁତ ସାମନ୍ତ ପ୍ରଥମ ଥର ପାଇଁ ରାଜନୀତିରେ ପଦ ଥାପିଛନ୍ତି। ଅଚ୍ୟୁତ ଶପଥ ଗ୍ରହଣ କରିବା ପରେ ଓଡିଶାବାସୀଙ୍କ ସ୍ଵାର୍ଥକୁ ଗୁତୁତ୍ୱ ଦେବେ ବୋଲି କହିଥିବାବେଳେ ସୌମ୍ୟରଞ୍ଜନ ପଲ୍ଲୀର କଥା ଦିଲ୍ଲୀରେ ପହଞ୍ଚାଇବେ ବୋଲି କହିଛନ୍ତି।
