ତମାଣ୍ଡ କାର ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତମାଣ୍ଡରେ ଥିବା ହୁଣ୍ଡାଇ ଶୋରୁମ ସାମ୍ନାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା କ୍ରମେ

ଖୋର୍ଦ୍ଧା ରୁ ଭୁବନେଶ୍ୱର କୁ ଦ୍ରୁତ ଗତିରେ ଆସୁଥିବା ଏକ ମରୁତି ସିଆଜ ଗାଡି(ଓଡି-୩୩-ଡି-୦୧୧୧)ଏକ ବାଇକ କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଭୁବନେଶ୍ୱର ଆଡୁ ଆସୁଥିବା ଏକ ଇନଡିଗୋ କାର(ଓଡ଼ି-୩୩-୩୫୩୪)କୁ ଧକ୍କା ଦେଇ ପରେ ଟାଟା ଏସି ଗାଡିକୁ ମଧ୍ୟ ଧକ୍କା ଦେଇଥିଲା। ଇନଡିଗୋ କାର ରେ ୮ଦିନ ର ନବଜାତ ଶିଶୁ ଓ ତା ମା ଥିଲେ। ଦୁର୍ଘଟଣା ରେ ଶିଶୁଟି ଠିକ ଥିବାବେଳେ ମା ଗୁରୁତର ଆହତ ହୋଇଥିବା ଜଣାପଡିଛି। ମରୁତି ସିଆଜ ଗାଡି ରେ ଥିବା ପୁଅ ଓ ଝିଅ ମଧ୍ୟ ଗୁରୁତର ଅଛନ୍ତି। ସେମାନଙ୍କୁ କାର କାଟି ବାହାର କରାଯାଇଥିଲା।
ଏହି ଗୁରୁତର ଆହତ ମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି।

Sikshaya
Leave A Reply

Your email address will not be published.