ବୁଲୁଛି ୩ଟି ଅଶ୍ଲୀଳ ଭାଇରାଲ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଗତକାଲି ଗୋଟାଏ ଦିନରେ ତିନି ତିନିଟି ଅଶ୍ଲୀଳ ଭିଡ଼ିଓ ଭାଇରାଲକୁ ନେଇ ରାଜଧାନୀର ପ୍ରତି , ଛକର ଖଟି ମାନଙ୍କରେ ଓ ଯୁବପିଢ଼ି ମାନଙ୍କ ମୋବାଇଲରୁ ନଜର ହଟୁନି। ଏହି ତିନିଟି ଭିଡ଼ିଓରୁ ସବୁଠୁ ଚର୍ଚ୍ଚାରେ ଅଛି ଆଲବମ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ । ଏ ଭିଡ଼ିଓକୁ ଅନେକ ପୁଲିସ ବାବୁ ଦେଖିବାକୁ ବ୍ୟାକୁଳ ଥିବା ଶୁଣିବାକୁ ମିଳୁଛି । ସେ ତିନି ଜଣ ହେଲେ ଜଣେ ଅଭିନେତ୍ରୀ,ଜଣେ କଣ୍ଠଶିଳ୍ପୀ ଓ ଅନ୍ୟ ଜଣକ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ।

ସୋସିଆଲ ମିଡିଆ ତଥା ୱାଟ୍ସଆପରେ ଅଭିନେତ୍ରୀଙ୍କ ଏହି ଆପତ୍ତିଜନକ ଭିଡିଓ ଘୂରିବୁଲୁଛି । ତେବେ କିଏ ଓ କାହିଁକି ଭିଡିଓ ଭାଇରାଲ କରିଛି, ତାହା ଜଣାପଡିନଥିବା ବେଳେ ପୋଲିସରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

ସୂଚନା ଅନୁସାରେ,

ଅଶ୍ଲୀଳ ଭିଡିଓରେ ଥିବା ଅଭିନେତ୍ରୀ ଜଣକ ପୁରୀ ଅଞ୍ଚଳର ବୋଲି ଶୁଣିବାକୁ ମିଳୁଛି । ଅଭିନେତ୍ରୀ ଜଣକ କେତେକ ଆଲବମରେ ଅଭିନୟ କରିବା ସହ ବିଭିନ୍ନ ଷ୍ଟେଜ ସୋ’ ମଧ୍ୟ କରିଛନ୍ତି । ନିକଟରେ ଏକ ଧାରାବାହିକରେ ପର୍ଶ୍ଵ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା କୁହାଯାଉଛି । ଭାଇରାଲ ହୋଇଥିବା ଭିଡିଓଟି ୭ମିନିଟର ହୋଇଥିବା ବେଳେ ସମସ୍ତ ସୁଟିଂ ଅଭିନେତ୍ରୀଙ୍କ ଜ୍ଞାତସାରରେ ହୋଇଥିବା ସ୍ପଷ୍ଟ ଜଣାପଡୁଛି । ଭିଡିଓଟି କିପରି ଭାଇରାଲ ହେଲା, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଅନ୍ୟଟି ବାଲେଶ୍ଵରର ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡ଼ିଓ।ଏବେ ହୁଆଟସାପ ଗ୍ରୁପରେ ଭିଡ଼ିଓ ବୁଲୁଛି। ଭିଡ଼ିଓରୁ ଯାହା ଜଣା ପଡୁଛି ଯେ ଏହା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ପୁରା ଭିଡ଼ିଓ । ଯୁବତୀଙ୍କ ଜାଣତରେ ତାଙ୍କ ପୁରୁଷ ବନ୍ଧୁ ଏହି ଭିଡ଼ିଓ ସୁଟିଂ କରୁଥିବା ଜଣାପଡୁଛି। ହେଲେ ଭିଡ଼ିଓକୁ କିଏ କାହିଁକି ଭାଇରାଲ କରିଛି ଜଣାପଢ଼ିନଥିବା ବେଳେ ଏନେଇ ମଧ୍ୟ ପୋଲିସ ପାଖେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

ସେହିପରି ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ କଲେଜର ଛାତ୍ରୀ ଓ କଣ୍ଠଶିଳ୍ପୀଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଭିଡିଓଟି ଏବେ ଘୂରିବୁଳୁଥିବା ବେଳେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ଛାତ୍ରୀଙ୍କ ଅନିଚ୍ଛାସତ୍ୱେ ଭିଡିଓ ସୁଟିଂ କରାଯାଇଥିବା ଜଣାପଡୁଛି । ଏନେଇ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
ଗତ ଦୁଇଦିନ ହେଲା ଏହି ଭିଡିଓ ସବୁ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଭୁଲବସତଃ ଭିଡିଓ ଭାଇରାଲ ହୋଇଛି କି ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଶ୍ଲୀଳ ଭିଡିଓ ଭାଇରାଲ ରୋକିବା ଲାଗି ପୋଲିସ ଲୋକଙ୍କୁ ସଚେତନ କରିବା ସହ ଆଡଭାଇଜାରି ଜାରି କରିଛି । ଏଥି ସହିତ ଦଣ୍ଡବିଧାନକୁ କଠୋର କରିଛି ।ଏହା ସତ୍ୱେ ମଧ୍ୟ ଭିଡିଓ ଭାଇରାଲ ହେବା ପୋଲିସର ଚିନ୍ତା ବଢାଇଦେଇଛି ।

 

Sikshaya
Leave A Reply

Your email address will not be published.