ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳର ମୃତ୍ୟୁ ନେଇ ମୁହଁ ଖୋଲିଲା ବନବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପଠାରେ ବାଘମୃତ୍ୟୁ ହୋଇଥିବା ବୁଧବାର ରାତିରେ ସୂଚନା ମିଳିଛି । ବାଘର ମୃତ୍ୟୁ ନେଇ ସ୍ପଷ୍ଟୀକରଣ ରଖିଲା ବନବିଭାଗ । ବେକରେ ଆଘାତ ଯୋଗୁଁ ସଂକ୍ରମଣ ହୋଇ ମହାବଳ ମହାବୀରର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ବାଘ ନୀରିକ୍ଷଣ ଟିମ୍ ବାଘକୁ ଠାବ କରିଥିଲେ । ବାରାହା କିମ୍ବା ହରିଣ ପାଇଁ ଲଗାଯାଇଥିବା ଫାଶରେ ମହାବୀର ପଡିଯାଇଥିଲା ବୋଲି କୁହାଯାଉଛି । ତେବେ କୌଣସି ଉପାୟରେ ମହାବୀର ଫାଶରୁ ଖସି ଯାଇଥିଲା କିନ୍ତୁ ତାର ବେକରେ ହୋଇଥିବା କ୍ଷତ ଶେଷରେ ମହାବଳର ଜୀବନ ନେଇଗଲା ବୋଲି ଅନୁମାନ କରିଛି ବନବଭାଗ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସାତକୋଶିଆ ଟାଇଗର ରିଜର୍ଭ ପକ୍ଷରୁ କୁହାଯାଉଛି । ହିନ୍ଦୋଳ ନରସିଂହପୁର ସୀମାଠାରେ ବାଘର ମୃତଦେହ ଠାବ କରାଯାଇଛି । ମୃତ ବାଘର ୩ଦିନ ତଳେ ତାକୁ ମରାଯାଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ସାତକୋଶିଆରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ୬ଟି ବାଘ ଆଣିବା ପାଇଁ ଯୋଜନା ହାତକୁ ନିଆଯାଇଛି । ଏ ପର୍ଯ୍ୟନ୍ତ ଦୁଇଟି ବାଘ ଆସିଥିଲା । ‘ସୁନ୍ଦରୀ’ ବାଘୁଣୀ ମଣିଷ ମାରିବା ଅଭିଯୋଗ ହେବା ପରେ ତାକୁ ଟ୍ରାଙ୍କୁଲାଇଜ କରି ରାଇଗୁଡ଼ାସ୍ଥିତ ଏନ୍‌କ୍ଲୋଜରରେ ରଖାଯାଇଛି । ଫଳରେ ମରିଥିବା ବାଘ ମହାବଳ ମହାବୀର ବୋଲି ସ୍ପଷ୍ଟ କରିଛି ବନବିଭାଗ ।

Leave A Reply

Your email address will not be published.