ଭୁବନେଶ୍ୱରରେ ବାଘ, ଦେଖନ୍ତୁ ସିସିଟିଭି ଫୁଟେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବାଘ ଆତଙ୍କ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ଏକ ପାଚେରୀ ଡେଇଁ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ପାଚେରୀଟି ଏୟାରପୋର୍ଟ ପାଚେରୀ ବୋଲି ସିସିଟିଭି ଫୁଟେଜରୁ ଜଣାପଡୁଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବାଘଟି ପାଚେରୀ ଡେଇଁ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି । ସିସିଟିଭି ଫୁଟେଜ ଦେଖି ଆରମ୍ଭ ହୋଇଛି ଅପରେସନ ବାଘ । ବନ ବିଭାଗର ସ୍ପେଶାଲ ଟିମ ବାଘର ଫୁଟେଜ ମିଳିଥିବା ସ୍ଥାନରୁ ସର୍ଚ୍ଚ ଆରମ୍ଭ କରିଛନ୍ତି । ଭୁବନେଶ୍ୱର ସିଟି ଡିଏଫଓ ଅଶୋକ ମିଶ୍ର କହିଛନ୍ତି ଯଦି ବାଘର ସନ୍ଧାନ ମିଳେ ତେବେ ତାକୁ ଟ୍ରାଙ୍କୁଲାଇଜ୍ ବ୍ୟବସ୍ଥା କରାଯିବ । ଏହାସହ ସ୍ଥାନୀୟ ବସିନ୍ଧାଙ୍କୁ ଭୟଭୀତ ନହୋଇ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ଅଶୋକ ମିଶ୍ର ।

Leave A Reply

Your email address will not be published.