ସବୁଦିନ ପାଇଁ ବ୍ୟାନ ହେଲା ଟିକଟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ସବୁଦିନ ପାଇଁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ ଘୋଷଣା କରିଛି । ଏଥି ମଧ୍ୟରେ ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍, ବାଇଡୁ, ୱି ଚ୍ୟାଟ୍, ଆଲିବାବାର ୟୁସି ବ୍ରାଉଜର, ସପିଙ୍ଗ୍ ଆପ୍ କ୍ଲବ୍ ଫ୍ୟାକ୍ଟ୍ରି, ଏମ୍ ଆଇ ଭିଡିଓ କଲ୍ ଏବଂ ବିଗୋ ଲାଇଭ୍ ଭଳି ଆପ୍ ସାମିଲ୍ ଅଛି ।

ଏହି ଚାଇନିଜ୍ ଆପ୍ ଉପରେ ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୯କ ଅଧୀନରେ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ପ୍ରକାଶ କରିଥିଲେ । ଭାରତର ସାର୍ବଭୌମତ୍ୱ, ଏକତା, ସୁରକ୍ଷା ଏବଂ ପ୍ରତିରକ୍ଷା ବିରୋଧରେ କାର୍ଯ୍ୟ କରୁଥିବାରୁ ଏହି ଆପ୍ ଗୁଡ଼ିକୁ ଭାରତୀୟ ଇଣ୍ଟରନେଟ୍ କ୍ଷେତ୍ରରେ ନିଷିଦ୍ଧ କରାଯାଇଛି ।

Leave A Reply

Your email address will not be published.