ଭାରତରେ ବ୍ୟାନ ହେଲା ଟିକଟକ ସମେତ ୫୯ଟି ଚାଇନିଜ୍‌ ମୋବାଇଲ୍‌ ଆପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ପ୍ରମୁଖ ଘଟଣା କ୍ରମରେ ଭାରତ ସରକାରଙ୍କ ତରଫରୁ ଚାଇନିଜ ଆପ ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ପ୍ରତିବନ୍ଧିତ କରାଯାଇଛି । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ପୂର୍ବରୁ ସତର୍କତା ଜାରି କରିସାରିବା ପରେ ସରକାର ଏହି ଦେଶବାସୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନେଇଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ, ଚୀନ୍‌ ମୋବାଇଲ ଆପଗୁଡ଼ିକ ଭାରତୀୟମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଛନ୍ତି । ଏଣୁ ଏହି ଆପଗୁଡ଼ିକ ଆଦୌ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଜୀବନ ଏହି ଆପ ମାଧ୍ୟମରେ ପ୍ରଭାବିତ ହେବାର ଆଶଙ୍କା ଥିବା ଗୁଇନ୍ଦା ବିଭାଗ ଭାରତ ସରକାରଙ୍କୁ ଜଣାଇଥିଲା । ଏଠାରେ ଜାଣିବା ବିଧେୟ ଯେ, ଜୁନ୍‌ ୧୫ତାରିଖର ଭାରତ ଓ ଚୀନ୍‌ ସୈନିକଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ କାରଣରୁ ଭାରତୀୟ ସେନାର ୨୦ ଜବାନ ଶହୀଦ ହୋଇଥିଲେ ।
ଏହାପରେ ଦେଶବ୍ୟାପୀ ଚୀନ୍ ବିରୋଧୀ ମନୋଭାବ ବୃଦ୍ଧି ପାଇଥିଲା । ଚୀନ୍ ସାମଗ୍ରୀ ବ୍ୟାନ୍ କରିବା ପାଇଁ ସବୁଆଡ଼ୁ ଦାବି ତୀବ୍ର ହେବାରେ ଲାଗିଥିଲା । ତେବେ ସରକାରଙ୍କର ଏଭଳି ଦେଶହିତକର ନିଷ୍ପତ୍ତି ଆଗକୁ ଦେଶର ସାଧାରଣ ନାଗରିକମାନଙ୍କୁ ଅନ୍ୟ ଚୀନ୍‌ ସାମଗ୍ରୀଗୁଡ଼ିକର ବର୍ଜନକୁ ପ୍ରୋତ୍ସାହିତ କରିବ ବୋଲି ସର୍ବତ୍ର ଆଲୋଚନା ହେଉଛି । ଭାରତ ସରକାରଙ୍କ ଦ୍ୱାର ପ୍ରତିବନ୍ଧିତ ହୋଇଥିବା ୫୯ଟି ଚାଇନିଜ୍‌ ଆପଗୁଡ଼ି ହେଲା…

Leave A Reply

Your email address will not be published.