ତିର୍ତ୍ତୋଲ ଉପନିର୍ବାଚନ, କଂଗ୍ରେସ, ବିଜେପିର ପ୍ରାର୍ଥୀ ଚୂଡାନ୍ତ, ବିଜେଡିରେ ବିଜୟଙ୍କୁ ନେଇ ଚର୍ଚ୍ଚା ଓ ଉତ୍ସାହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଯାଇଛି ତିର୍ତ୍ତୋଲ ଉପନିର୍ବାଚନ ରାଜନୀତି । କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି ।
କଂଗ୍ରେସ ରୁ ହିମାଂଶୁ ଭୂଷଣ ମଲ୍ଲିକ, ବିଜେପିରୁ ରାଜକିଶୋର ବେହେରାଙ୍କ ନାମ ଚୂଡାନ୍ତ ହୋଇଥିବା ବେଳେ ବିଜେଡିର ସ୍ବର୍ଗତ ଵିଷ୍ଣୁ ଦାଶଙ୍କ ସୁପୁତ୍ର ବିଜୟ ଶଙ୍କର ଦାଶଙ୍କ ନାଁ ନେଇ ତୃଣମୂଳ ସ୍ତରରେ ତିର୍ତ୍ତୋଲ କର୍ମୀମାନେ ଇଚ୍ଛା ପ୍ରକାଶ କରିଥିବା ବେଳେ ଏହା ସ୍ବର୍ଗତ ଵିଷ୍ଣୁ ଦାଶଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚର୍ଚ୍ଚା ହେଉଛି ।

ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାଶଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ପାଇଁ ସମସ୍ତ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଜେଡି ପକ୍ଷରୁ ଏହି ଆସନ ପାଇଁ ଅନେକ ଦାବେଦାର ଥିବା ସତ୍ତ୍ୱେ ତିର୍ତ୍ତୋଲର ବିଜେଡି କର୍ମୀମାନେ ସ୍ବର୍ଗତ ଵିଷ୍ଣୁ ଦାଶଙ୍କ ପୁତ୍ର ବିଜୟ ଶଙ୍କର ଦାଶଙ୍କୁ ନିଜର ନୂତନ ବିଧାୟକ ଭାବରେ ଦେଖିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । କାରଣ ସ୍ବର୍ଗତ ଵିଷ୍ଣୁ ଦାଶ ଜଗତସିଂହପୁର ଜିଲ୍ଲାର ଜଣେ ଲୋକପ୍ରିୟ ନେତା ଥିଲେ । ବିଜେଡିକୁ ଜଗତସିଂହପୁର ଜିଲ୍ଲାରେ ସୁଦୃଢ଼ କରିବାରେ ତାଙ୍କର ଅନେକ ଅବଦାନ ରହିଛି । ତେଣୁ ଜଗତସିଂହପୁର ବିଜେଡିର ଜଣେ ସୁସାଙ୍ଗଠନିକ ନେତା ଭାବେ ସ୍ବର୍ଗତ ଦାଶ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

Leave A Reply

Your email address will not be published.