ତିର୍ତ୍ତୋଲରେ ବିଜେପି କନ୍ଦଳ; ଭୃଗୁ ବକ୍ସିପାତ୍ରଙ୍କ କାର୍ କାଚ ଭାଙ୍ଗିଦେଲେ ଅସନ୍ତୋଷ କର୍ମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲରେ ବିଜେପିର ଅନ୍ତକନ୍ଦଳ ସାମ୍ନାକୁ ଆସିଛି । ପୂର୍ବ ଦଳୀୟ ଅସନ୍ତୋଷକୁ କେନ୍ଦ୍ରକରି ଜଗତସିଂହପୁର ତିର୍ତ୍ତୋଲ ଆନନ୍ଦମଣ୍ଡପ ସମୁଖରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଗାଡି ଭଙ୍ଗାରୁଜା କରାଯାଇଛି। ଦଳୀୟ ବୈଠକରେ ଅସନ୍ତୋଷକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କିରିଛି ।
ସୂଚନା ଅନୁଯାୟୀ, ତିର୍ତ୍ତୋଲ ବିଜେପିରେ ନିର୍ବାଚନ ଆରମ୍ଭରୁ ହିଁ କନ୍ଦଳ ଦେଖା ଦେଇଛି । ଦଳ ସେଠାରେ ଦୁଇ ଭାଗରେ ବିଭକ୍ତ ହୋଇଛି । ଦଳୀୟ କର୍ମୀଙ୍କ କହିବା କଥା ଯେ କୌଣସି ରାଜ୍ୟ ନେତୃତ୍ୱ ଉଭୟ ପକ୍ଷଙ୍କ ବିନା ଉପସ୍ଥିତରେ ଆଲୋଚନା କରିବେ ନାହିଁ ।ମାତ୍ର ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ଗୋଟିଏ ପକ୍ଷ ସହ ଆଲୋଚନା କରିବା ପାଇଁ ଆନନ୍ଦମଣ୍ଡପରେ ଏକାଠି ହୋଇଥିଲେ । ଏହାପରେ ବିରୋଧୀ ଗୋଷ୍ଠୀ ରାଜ୍ୟ ଉପ ସଭାପତିଙ୍କ ଏତାଦୃଶ୍ୟ କାର୍ଯ୍ୟକଳାପକୁ ବିରୋଧ କରିବା ସହ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ ।

Leave A Reply

Your email address will not be published.