ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୋରଦାର ହେବାରେ ଲାଗିଛି ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର । କର୍ମୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ବସୁଛି କର୍ମୀଙ୍କ ବୈଠକ । ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ବରିଷ୍ଠ ନେତା ସେଠାରେ ଉପସ୍ଥିତ ରହି ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଦଳ ପ୍ରତି ତାଙ୍କର ନିଷ୍ଠା ପ୍ରତିପାଦନ କରୁଛନ୍ତି ।

ବିଜେଡ଼ିର ନିଜ ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ଅନୁଯାୟୀ ଆଜି ୨ଟା ସମୟରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥ ପୁର ବ୍ଲକର ତଅଁରା, ଧରାଧରପୁର ଓ ସାଦେଇପୁର ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସେହିପରି ସନ୍ଧ୍ୟା ୬ ସମୟରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥ ପୁର ବ୍ଲକର ଜୟଶୋଳ ଓ ତରେୟିକୁଣ୍ଡ ପଞ୍ଚାୟତରେ ମଧ୍ୟ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତିି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସାଲେପୁର ବିଧାୟକ ପ୍ରସାନ୍ତ ବେହେରା, ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ରାଜା ଚକ୍ର, ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସ୍ବପ୍ନା ସରିତା ବଳ, ଜିଲ୍ଲା ପରିଷଦ ସଦସ୍ୟା ଡେଜାଲିନ୍ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ ।

Leave A Reply

Your email address will not be published.