ଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ସର୍ବାଧିକ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ପୁରୁଣା ରେକର୍ଡ ଆଜି ଭଙ୍ଗ ହୋଇଛି। ଚିହ୍ନଟ ହୋଇଥିବା ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।


ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ୧୦୭୮ ସଂକ୍ରମିତ ୨୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୭୧ କରୋନା ପଜିଟିଭ୍ ଠାବ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ଛୁଇଁଛି । ସେଥିମଧ୍ୟରୁ ୧୩୩୦୯ ଜଣ ସୁସ୍ଥ ହେଇଥିବା ବେଳେ ୬୩୮୩ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ନୂଆ ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.