ରାଜ୍ୟରେ ଚିହ୍ନଟ ହେଲେ ୩୯୧୩ କରୋନା ସଂକ୍ରମିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୩୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦୮୦୭ରେ ପହଞ୍ଚିଛି। ଏନେଇରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୪୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୬୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଅନୁଗୁଳ ଜିଲ୍ଲାରୁ ୧୦୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୪ଜଣ, ବରଗଡ ଜିଲ୍ଲାରୁ ୧୪୬ଜଣ, ଭଦ୍ରକ ଜିଲ୍ଲାରୁ ୧୨୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୨ଜଣ, ବୌଦ୍ଧ ଜିଲ୍ଲାରୁ ୬୧ଜଣ, କଟକ ଜିଲ୍ଲାରୁ ୩୮୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୫ଜଣ, ଗଜପତି ଜିଲ୍ଲାରୁ ୭୪ଜଣ, ଗଞ୍ଜାମ ଜିଲ୍ଲାରୁ ୮୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ, ଯାଜପୁର ଜିଲ୍ଲାରୁ ୧୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୨ଜଣ, କଳାହାଣ୍ଡି ଜିଲ୍ଲାରୁ ୬୦ଜଣ, କନ୍ଧମାଳ ଜିଲ୍ଲାରୁ ୮୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬ଜଣ, କେନ୍ଦୁଝର ଜିଲ୍ଲାରୁ ୭୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୫୬ଜଣ, କୋରାପୁଟ ଜିଲ୍ଲାରୁ ୧୦୦ଜଣ, ମାଲକାନଗିରି ଜିଲ୍ଲାରୁ ୬୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୨ଜଣ, ନୟାଗଡ ଜିଲ୍ଲାରୁ ୬୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୨୮ଜଣ, ପୁରୀ ଜିଲ୍ଲାରୁ ୨୧୨ଜଣ, ରାୟଗଡ଼ା ଜିଲ୍ଲାରୁ ୯୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୧ଜଣ, ସୋନପୁର ଜିଲ୍ଲାରୁ ୯୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୫ଜଣ, ଷ୍ଟେଟ ପୁଲ୍‌ରୁ ୧୦୭ଜଣ ରହିଛନ୍ତି ।

Leave A Reply

Your email address will not be published.