ରାଜ୍ୟରେ ଦିନକରେ ୩୯୯୧ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୬୭୬ ଟି ହେଉଛି ଲୋକାଲ୍ କେସ୍‌। ୩୯୯୧ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଜଣ ଅଛନ୍ତି।

ସେହିପରି କଟକରୁ ୩୯୨ ଜଣ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୩୩୨, ବଲାଙ୍ଗିରରୁ ୧୮୦, ବରଗଡ଼ରୁ ୧୬୯, କେନ୍ଦ୍ରାପଡ଼ାରୁ ୧୪୭ ଓ କୋରାପୁଟରୁ ୧୨୭ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ରେ ପହଞ୍ଚିଥିବା ବେଳେ ୧,୦୫,୨୯୫ ଜଣ ସୁସ୍ଥ ହୋଇସାରିଛନ୍ତି।

୩୩,୧୮୨ ଜଣ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.