ରାଜ୍ୟରେ ୪୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୪୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୭୯୨ ଟି ହେଉଛି ଲୋକାଲ୍ କେସ୍‌।ଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୮୭୬ ଜଣ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୩୭୪, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ଯାଜପୁରରୁ ୧୬୨, ବାଲେଶ୍ୱରରୁ ୧୫୦ ଓ ଅନୁଗୁଳ ଜିଲ୍ଲାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଯାଇଥିବା ବେଳେ ୧,୨୫,୭୩୮ ସୁସ୍ଥ ହୋଇସାରିଛନ୍ତି। ୩୬,୪୭୩଼ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬ରେ ପହଞ୍ଚିଯାଇଛି।

Leave A Reply

Your email address will not be published.