ବିଜୁଳି ଦର ବୃଦ୍ଧିର ପ୍ରତିବାଦ; ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ ଆହ୍ୱାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ତୀବ୍ର ଆନ୍ଦୋଳନ। ଏହାର ପ୍ରତିବାଦ ନିମନ୍ତେ ଆଜି ସନ୍ଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ । ଏହି ଅଭିଯାନରେ ସମସ୍ତ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଦୋକାନ ବଜାର ମଲ୍‌ଗୁଡ଼ିକ ସହଯୋଗ କରିବାକୁ ମହାସଂଘ ନିବେଦନ କରିଛି ।
ସରକାର ଯେପରି ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି ତାହା ବିଦ୍ୟୁତ୍ କଂପାନୀଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ହୋଇଛି। ମାତ୍ର ଉପଭୋକ୍ତାଙ୍କ ଉପରେ ଏହା ଚଡ଼କ ବୋଲି ମହାସଂଘ କହିଛି । ସରକାର ଦାବି ନମାନିଲେ ଆଗକୁ ତୀବ୍ର ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.