ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଟ୍ୱିଟ କରି କହୁଛନ୍ତି ଯେ, ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବ ଆଉ ଗୌରବର ମୁହୂର୍ତ୍ତ । ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଛି । ଆସନ୍ତୁ ବିକାଶ ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଦିଗରେ ଏକ ହୋଇ ଆଗକୁ ବଢ଼ିବା ।
୭୬ତମ #ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗୌରବର ମୁହୂର୍ତ୍ତ। ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଛି। ଆସନ୍ତୁ ବିକାଶର ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଏକ ହୋଇ ଆଗକୁ ବଢ଼ିବା।#JaiHind #IndiaAt75 pic.twitter.com/CC6PfRoybH
— Naveen Patnaik (@Naveen_Odisha) August 15, 2022
ସୂଚନା ଥାଉକି କିଛି ସମୟ ମଧ୍ୟରେ ନବୀନ ପଟ୍ଟନାୟକ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିବେ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।