ଆଜି ରଥରେ ଆଜ୍ଞାମାଳ ବିଜେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି।ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି।
ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି ରଥରେ ରଖାଯାଇଥାଏ। ଏହାପରେ ସିଂହଦ୍ୱାର ସମ୍ମୁଖକୁ ରଥ ଟଣାଯାଇଥାଏ। ତେବେ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତା ପୂର୍ବରୁ ଆଜି ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କହିଛି।
ତେବେ ରାଜ୍ୟ ସରକାର ବିନା ଭକ୍ତରେ ରଥଯାତ୍ରା କରିବା ସହ ଏଥିପାଇଁ ସରକାର ନିଜ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି। ରଥଯାତ୍ରା ପାଇଁ ସରକାର ନିଜ ପକ୍ଷରୁ ଚେଷ୍ଟା କରନ୍ତୁ କମିଟି ଅନୁରୋଧ କରିଛି। ଛତିଶା ନିଯୋଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ।

Leave A Reply

Your email address will not be published.