ମୋବାଇଲ ଟାୱାର ବସାଇବା ଆଳରେ ଠକେଇ

ସତର୍କ ରହିବାକୁ ପୁଲିସର ପରାମର୍ଶ

0

କଟକ: ମୋବାଇଲ ଟାୱାର ପାଇଁ ଖାଲି ଜମି ବା ଛାତ ଉପର ଲିଜରେ ବା ଭଡ଼ାରେ ଦେଇ ନିୟମିତ ରୋଜଗାର କରନ୍ତୁ । ଟେଲିଫୋନ, ଖବର କାଗଜ ଏପରିକି ସାମାଜିକ ଗଣମାଧ୍ୟମରେ ଏଭଳି ଲୋଭନୀୟ ବିଜ୍ଞାପନ ଦେଇ ଠକେଇ କରାଯାଉଥିବା ନଜରକୁ ଆସିଛି । ଠକେଇର ଏଭଳି କିଛି ନୂଆ ତରିକା ଆପଣାଇଛନ୍ତି ସାଇବର ଅପରାଧୀ । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ଫୋନ କରି ପ୍ରଲୋଭନ ଦେଖାଇ ଅଗ୍ରୀମ ଟଙ୍କା ନେଉଛନ୍ତି । ଆଉ ଲୋକମାନେ ଲୋଭର ବଶବର୍ତ୍ତୀ ହୋଇ ଆଗପଚ୍‌ଛ ବିଚାର ନକରି ଠକଙ୍କ କବଳରେ ପଡି ସର୍ବସ୍ୱ ହରାଉଛନ୍ତି । ଏଭଳି ଅଭିଯୋଗ ଆସିଲା ପରେ କଟକ କମିଶନରେଟ ପୁଲିସ ଏବେ ଟ୍ୱିଟର ମାଧ୍ୟମରେ ସତର୍କ କରାଇଛି । ସତର୍କ ନରହିଲେ ଠକାମୀର ଶିକାର ହେବାର ଅଧିକ ସମ୍ଭାବନା ରହିଛି ।

Leave A Reply

Your email address will not be published.