ରାସ୍ତାରେ ପଡିଯାଇଥିବା ପରିବା ଉଠାଇ ଚର୍ଚ୍ଚାରେ ଟ୍ରାଫିକ ପୁଲିସ : ଭିଡିଓ ହେଉଛି ଭାଇରାଲ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜଧାନୀରେ ପୁଣି ୨ଜଣ ଟ୍ରାଫିକ୍‌ କନେଷ୍ଟବଲ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ପାରିବା ବେପାରୀ ରାସ୍ତାରେ ହଠାତ ପଡିଯିବାରୁ ବିଲାତି ସବୁ ପଡିଯାଇଥିଲା। କିନ୍ତୁ ସେସବୁକୁ କ୍ଷତିରୁ ରକ୍ଷା କରିବାରେ ୨ଟ୍ରାଫିକ୍‌ କନେଷ୍ଟବଳଙ୍କ ସହାୟତା ହିଁ ସେମାନଙ୍କୁ ପ୍ରଶଂସାର ଶ୍ରେୟ ଦେଇଛି ।

ସୂଚନାଯୋଗ୍ୟ, ଆଜି ସକାଳ ସମୟରେ ଜଣେ ବେପାରୀ ନିଜ ଅଟୋରେ ବିଲାତି ନେଇ ଯାଉଥିବା ବେଳେ ଟ୍ରେ ତଳେ ପଡିଯାଇଥିଲା । ଯାହାଫଳରେ ବିଲାତିଗୁଡିକ ତଳେ ପଡିଯାଇଥିଲା। ଏହାଦେଖି ଏୟାରପୋର୍ଟ ଛକରେ କାର୍ଯ୍ୟରତ ଥିବା ୨ଜଣ କନେଷ୍ଟବଳ ଦୌଡି ଆସିଥିଲେ । ତଳେ ପଡିଥିବା ବିଲାତିକୁ ଉଠାଇ ବେପାରୀଙ୍କ ବୋଝରେ ରଖିଥିଲେ ।

ଏହାସହିତ ଛକରେ ଉପସ୍ଥିତ ଥିବା କିଛି ସାଧାରଣ ଲୋକ ମଧ୍ୟ ବିଲାତି ଗୋଟାଇବାରେ ସହଯୋଗ କରିଥିଲେ। ଏହି ସମୟରେ କିଛି ସମୟ ପାଇଁ ଟ୍ରାଫିକ୍‌କୁ ଅଟକାଯାଇଥିଲା । ଯାହାଫଳରେ ସେହି ରୁଟ୍‌ରେ କୌଣସି ଗାଡିମଟର ଯିବାଆସିବା ବନ୍ଦ ମଧ୍ୟ ରହିଥିଲା । ଟ୍ରାଫିକ୍‌ କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଅନେକ ପ୍ରଶଂସା କରୁଛନ୍ତି । ସେହିପରି କିଛିଦିନ ତଳେ ଜଣେ କନେଷ୍ଟବଳ ରାସ୍ତାରେ ଝାଡୁ ଧରି ସଫା କରୁଥିବାର ଭିଡିଓ ଖୁବ୍‌ ଭାଇରାଲ୍ ହୋଇଥିଲା । ଯାହାପରେ ଉକ୍ତ ଟ୍ରାଫିକ କନେଷ୍ଟବଳଙ୍କୁ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.