ଆଜିଠୁ ନିସ୍ତାର ନାହିଁ, ଟ୍ରାଫିକ ନିୟମ ଭାଙ୍ଗିଲେ ୩ ମାସ ଲାଇସେନ୍ସ ରଦ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସିଧାସଳଖ ତିନିମାସ ପାଇଁ ରଦ୍ଦ ହେବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । ବିଶେଷକରି ଦ୍ରୁତ ଗତିରେ ଗାଡି ଚଲାଇବା, ଗାଡିରେ ଓଭର ଲୋଡିଂ ଓ ମଦ ଓ ନିଶା ପିଇ ଗାଡି ଚଲାଇଲେ, ଏପରିକି ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର କରିବା ସମୟରେ ଧରାପଡିଲେ ରଦ୍ଦ ହେବ ଚାଳକଙ୍କ ଲାଇସେନ୍ସ । ଏନେଇ ସିଧାସଳଖ ସୂଚନା ଦେଇଛନ୍ତି ଏସଟିଏ କମିଶନର ସଞ୍ଜୀବ ପଣ୍ଡା ।

ଏହି ନିୟମକୁ ଆଜିଠୁ ଅର୍ଥାତ ଶୁକ୍ରବାରରୁ ଲାଗୁ କରାଯାଇଛି । ଏହାକୁ କଡାକଡି ଭବରେ ରାଜ୍ୟରେ ପାଳନ କରାଯିବ । ତେବେ ସମୟ ଥାଉ ଥାଉ ଏହି ନିୟମ ମାନିଲେ ତଣ୍ଡ ପରିଧିରୁ ବାଦ ପଡିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.