ଭାରତର ପ୍ରଥମ ଇଞ୍ଜିନ୍‌ ବିହୀନ ଦ୍ରୁତଗାମୀ ଟ୍ରେନ୍‌କୁ ପଥର ମାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ପ୍ରଥମ ଇଞ୍ଜିନ୍‌ ବିହୀନ ଦ୍ରୁତଗାମୀ ଟ୍ରେନ୍‌ ଗୁରୁବାର ସକାଳୁ ପରୀକ୍ଷା ମୂଳକ ଭାବେ ଦିଲ୍ଲୀରୁ ଆଗ୍ରା ଯାତ୍ରା କରୁଥିବା ବେଳେ ଏକ ଅଘଟଣ ଘଟିଛି । ବିଧିବଦ୍ଧ ଭାବେ ଲୋକଙ୍କୁ ସେବା ଯୋଗାଇବା ପୂର୍ବରୁ ଟ୍ରେନ୍‌-୧୮ ନାମକ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଉପରକୁ ବିଭିନ୍ନ ସ୍ଥାନରେ ଟେକା ମାଡ଼ କରାଯାଇଥିଲା । ଫଳରେ ଏହାର ଝରକାରେ ଲାଗିଥିବା କାଚ ଭାଙ୍ଗି ଯାଇଛି । ଏ ନେଇ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟୋରିର ଜେନେରାଲ ମ୍ୟାନେଜର ସୁଧାଂଶୁ ମଣି ଟୁଇଟ କରିବା ପରେ ବହୁ ୟୁଜର୍ସ ଏହାକୁ ନାପସନ୍ଦ କରିଛନ୍ତି ।

ଏହି ଟ୍ରେନ୍‌କୁ ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଏହା ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚଳାଚଳ କରିବ । ଏହି ଇଞ୍ଜିନ ବିହୀନ ଟ୍ରେନ୍‌ର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଯିବ । ଏଥିରେ ୱାଇଫାଇ, ଜିପିଏସ୍‌ ସିଷ୍ଟମ, ଟଚ୍‌ ଫ୍ରି ବାୟୋ ଭ୍ୟାକୁମ ଟଏଲେଟ୍‌, ଏଲ୍‌ଇଡି ଲାଇଟ୍‌ସ, ମୋବାଇଲ ଚାର୍ଜିଂ ପଏଣ୍ଟ ଓ କ୍ଲାଇମେଟ୍‌ କଣ୍ଟ୍ରୋଲ ସିଷ୍ଟମ ରହିଛି । ଟ୍ରେନ୍‌ଟିରେ ଥିବା ଦୁଇଟି ଏକଜିକ୍ୟୁଟିଭ୍‌ ବଗିରେ ୫୨ ଜଣ ବସିବାର ବ୍ୟବସ୍ଥା ଥିବା ବେଳେ ଟ୍ରେଲର କୋଚ୍‌ରେ ୭୮ ଜଣ ବସିପାରିବେ ।

Leave A Reply

Your email address will not be published.