ରେଳ ଦୁର୍ଘଟଣା, ୭ ମୃତ, ଅନେକ ବଗି ଲାଇନ ଚ୍ୟୁତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶରେ ଘଟିଯାଇଛି ଏକ ବଡ ଧରଣର ରେଳ ଦୁର୍ଘଟଣା । ଆଜି ସକାଳେ ରାୟବରେଲୀର ହରଚନ୍ଦନପୁର ଷ୍ଟେସନ୍ ନିକଟରେ ନ୍ୟୁ ଫରକ୍କା ଏକ୍ସପ୍ରେସ୍‌ର ଇଞ୍ଜିନ୍ ସହିତ ୮ଟି ବଗି ଲାଇନ୍ ଚ୍ୟୁତ ହୋଇଯାଇଛି । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଉତ୍ତର ପ୍ରଦେଶର ରାୟବରେଲୀର ହରଚନ୍ଦନପୁର ଷ୍ଟେସନ୍ ନିକଟରେ ନ୍ୟୁ ଫରକ୍କା ଏକ୍ସପ୍ରେସ୍‌ର ଇଞ୍ଜିନ୍ ସହିତ ୮ଟି ବଗି ଲାଇନ୍ ଚ୍ୟୁତ ହୋଇଯାଇଥିଲା । ଟ୍ରେନ୍‌ଟି ଫରକ୍କାରୁ ରାୟବରେଲୀ ଦେଇ ନୂଆଦିଲ୍ଲୀ ଯାଉଥିଲା । ହରଚନ୍ଦନପୁର ନିକଟରେ ଟ୍ରେନ୍‌ଟି ଭୁଲ୍ ଟ୍ରାକ୍‌ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ରେଳବାଇ ଅଧିକାରୀ କହିଛନ୍ତି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳକୁ ଦୁଇଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପଠାଯାଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.