ବୋମା ଆତଙ୍କ ରେ ୩୨ ମିନିଟ ଅଟକିଲା କୋଣାର୍କ ଏକ୍ସପ୍ରେସ

0

ଓଡ଼ିଶା ଫାଷ୍ଟ ( ବ୍ୟୁରୋ):ଗତକାଲି ଦିନ ୩ଟାରେ ମୁମ୍ୱାଇରୁ ଭୁବନେଶ୍ୱର ଅଭମୁଖେ କୋଣାର୍କ ଏକ୍ସପ୍ରେସ ଟ୍ରେନ ଛାଡ଼ିଥିଲା। କିଛିବାଟ ଗଲାପରେ ଟ୍ରେନ ରେ ବୋମା ଅଛି ବୋଲି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ରେ ଥିବା ମଧିରା ଷ୍ଟେସନରେ ଟ୍ରେନ୍‌ର ସଂରକ୍ଷିତ ବଗି S-11ରୁ ଆରପିଏଫ୍‌ ୨ଟି ସନ୍ଦିଗ୍ଧ ବାକ୍ସ ଠାବ କରିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଖବର ପାଇ  ବୋମା ସ୍କ୍ୱାଡ୍‌ ଟିମ୍‌ ଟ୍ରେନ୍‌ରୁ ବାକ୍ସକୁ ବାହାର କରି ସନ୍ଧାନୀ କୁକୁର ଙ୍କ ସହାୟତାରେ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଏହି ଦୁଇଟି ରଙ୍ଗ ବାକ୍ସ ବୋଲି ରେଳବାଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି

Leave A Reply

Your email address will not be published.