ବିନା ଇଞ୍ଜିନରେ ୧୩କିଲୋମିଟର ଗଡ଼ିଗଲା ଟ୍ରେନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଟ୍ରେନଇଞ୍ଜିନ ବଗି ଛାଡି ପଳାଇଲା ଭଳି ଅଭାବନୀୟ ଘଟଣା ଟିଟିଲାଗଡ଼ ଷ୍ଟେସନରେ ଦେଖିବାକୁ ମିଳିଛି।ଟିଟିଲାଗଡ଼ ଠାରେ ପୁରୀ -ଅହମଦବାଦ ଏକ୍ସପ୍ରେସ ଇଞ୍ଜିନ ବଦଳ ବେଳେ ହଟାତ ଟ୍ରେନଟି ପଛକୁ କେସିଙ୍ଗା ଆଡ଼କୁ ଗଡ଼ିବା ଆରମ୍ଭ କରିଥିଲା।ଲୋକମାନେ ଆତଙ୍କିତ ହୋଇପଡି କାନ୍ଦ ବୋବାଳି କରିଥିଲେ।

ତେବେ ଟ୍ରେନ ୧୩କିଲୋମିଟର ଯିବା ପରେ କେସିଙ୍ଗା ଷ୍ଟେସନରେ ଟ୍ରେନଟିକୁ ଅଟକାଯାଇପାରିଥିଲା। ଏହି ଅଭାବନୀୟ ଘଟଣା ପାଇଁ ରେଳ ବିଭାଗ ତରଫରୁ ତଦନ୍ତ ନିର୍ଦେଶ ଦେବା ସହ ୫ ଜଣ ରେଳ କର୍ମଚାରୀ ଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି। ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣାରୁ ଯାତ୍ରୀ ଅଳ୍ପକେ ବର୍ତିଯାଇଥିବା ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Sikshaya
Leave A Reply

Your email address will not be published.