ମୋବାଇଲ ଲାଇଟରେ ଆରମ୍ଭ ହେଲା ଚିକିତ୍ସା, ଅବସ୍ଥା ବିଗିଡିବାରୁ ପଠାଗଲା କଟକ ଡାକ୍ତରଖାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ର ଏକ ଘରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ସେ ଶଶୁର ଘର ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚାଲିଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଅଞ୍ଚଳରେ ଥିବା ଓଏମ୍‌ସି ଗେଷ୍ଟହାଉସ ନିକଟସ୍ଥ ଏକ ଘରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଲୋକ ଆସି ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ମେଡିକାଲରେ ଭର୍ତ୍ତି କରିଥିଲା ।

ମହିଳାଙ୍କୁ ଦେଖି ଜଣା ପଡୁଥିଲା କି କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଛି । ମହିଳାଙ୍କ ଗଳା, ଗାଲ, ମୁଣ୍ଡ ଓ ଓଠରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ବଡ଼ବିଲ ମେଡିକାଲରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।
ଦୁର୍ଭାଗ୍ୟ ବଶତଃ ସେହି ସମୟରେ ଡାକ୍ତରଖାନାରେ ବିଦ୍ୟୁତ୍‌ ନଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ମୋବାଇଲ୍‌ ଲାଇଟ୍‌ରେ ଡାକ୍ତରମାନେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ନଥିବାରୁ ଶେଷରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । କିଏ ଓ କାହିଁକି ମହିଳାଙ୍କୁ ଆକ୍ରମଣ କରଛି ପୋଲିସ ଏହାର ଅଧିକ ତଦନ୍ତ ଚାଲିଛି ।

Leave A Reply

Your email address will not be published.