ରାସ୍ତାରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା । ସୌଭାଗ୍ୟ ବଶତଃ ରାସ୍ତାରେ ଯାଉଥିବା ଲୋକେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସୂଚନା ଅନୁଯାୟୀ, ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଯିବା ରାସ୍ତାର ଅଶୋକ ନଗରଠାରେ ଗତକାଲି ସନ୍ଧ୍ୟାରେ ଏକ ବିରାଟକାୟ ଚାକୁଣ୍ଡା ଗଛ ଉପୁଡ଼ି ପଡ଼ିଥିଲା । ଯାହାଫଳରେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଗୋଟିଏ କାର୍ କ୍ଷତିଗ୍ରସ୍ତ ହୋଇଛି । ଗଛ ରାସ୍ତାରେ ପଡ଼ିଯିବା ଯୋଗୁଁ ବହୁ ସମୟ ଧରି ଗାଡି ଗୁଡିକ ଅଟକି ରହିଥିଲେ । ଫଳରେ ଯାନବାହାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗଛ କଟାଜୀବା ପରେ ରାସ୍ତା ଅବରୋଧ ହଟା ଯାଇଥିଲା । ରାସ୍ତା ଖୋଳା ହେଇଥିବା ଯୋଗୁଁ ଗଛଟି ଉପୁଡ଼ି ପଡିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କହିଛନ୍ତି।

Leave A Reply

Your email address will not be published.