ସ୍ବର୍ଗତ ଭାସ୍କର ପାତ୍ରଙ୍କ ଦୁଃଖଦ ବିୟୋଗରେ ଶ୍ରଦ୍ଧାଞ୍ଜଳି

0

ଗଞ୍ଜାମ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ପୃବତନ ସଭାପତି ଶ୍ରୀ ଭାସ୍କର ପାତ୍ର ଗତକାଲି ଭୁବନେଶ୍ବର ସମ ହସ୍ପିଟାଲରେ ଇହଲୀଳା ତ୍ୟାଗ କରିଥିଲେ।
ସ୍ବର୍ଗତ ପାତ୍ର ଙ୍କ ଦୁଃଖଦ ବିୟୋଗରେ ଭୁବନେଶ୍ବର ରିଟେଲ ଫୋରମ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅଟଳ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି।
ଏଥିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଗିରିଜା ରଥ, ସଂପାଦକ ଦନା ପାତ୍ର, ଫୋରମ ସଭାପତି ପ୍ରଗତି ମହାନ୍ତି, ସଂପାଦକ ବିଶ୍ଵ ରଞ୍ଜନ ସାହୁ, ସଂଯୋଜକ ମଧୁରାମ, ବରିଷ୍ଠ ସଦସ୍ୟ କେଦାର ସେନାପତି ପ୍ରମୁଖ ବକ୍ତବ୍ୟ ରଖି ସ୍ବର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ।
ଗତକାଲି ଏହି ଖବର ପାଇ ଫୁକୁ ଭାଇ ଡାକ୍ତର ଖାନାରେ ପହଁଚି ତାଙ୍କ ପରିବାର ଵର୍ଗ ଙ୍କୁ ସମବେଦନା ଜଣାଇ ଥିବାରୁ ଫୋରମ ପକ୍ଷରୁ ସାଧୁବାଦ ଜଣାଯାଇଥିଲା

Leave A Reply

Your email address will not be published.