ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ଗାଡି, ୧୪ ମୃତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):  ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଲଖନଉ-ପ୍ରୟାଗରାଜ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ବରଯାତ୍ରୀ ନେଇ ଯାଉଥିବା ବୋଲେରୋ ନିୟନ୍ତ୍ରଣ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ୧୪ ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ କିଶୋର ଅଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଦୁର୍ଘଟଣାକୁ ନେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ଅନୁକମ୍ପା ପ୍ରଦାନ କରାଯିବ ବୋଲି କହିଛନ୍ତି।

ପ୍ରତାପଗଡ଼ ଜିଲ୍ଲାର ନବାବଗଞ୍ଜ ଅଞ୍ଚଳର ଶେଖାପୁରରୁ ସମସ୍ତ ବରଯାତ୍ରୀ ଦଳ ବୋଲେରୋରୁ ଫେରୁଥିଲେ। ଗୁରୁବାର ରାତି ପ୍ରାୟ ୧ଟାରେ ଲଖନଉ-ପ୍ରୟାଗରାଜ ଜାତୀୟ ରାଜପଥରେ ଦ୍ରୁତ ଗାତିରେ ଯାଉଥିବା ବେଳେ ବୋଲେରୋ ନିୟନ୍ତ୍ରଣ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା। ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏସପିଙ୍କ ସୂଚନା ଅନୁସାରେ ବରଯାତ୍ରୀ ଦଳ କୁଣ୍ଡା କୋତୱାଲିର ଜିର୍ଗାପୁର ନିବାସୀ ଅଟନ୍ତି।

Leave A Reply

Your email address will not be published.