ଛାତ୍ରଛାତ୍ରୀ ଙ୍କ ଉପରେ ଚଢିଗଲା ଟ୍ରକ, ୫ ମୃତ ,ଏକାଧିକ ଆହତ,ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨ ଲକ୍ଷ ଅନୁକମ୍ପା ରାଶି

0

 

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ଛାତ୍ରଛାତ୍ରୀଙ୍କ ଉପରେ ଚଢି ଯାଇଛି ଟ୍ରକ । ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଘରକୁ ଫେରିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାସ୍ଥଳରେ ହିଁ ୫ ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ପିଲାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସ୍କୁଲ ଛୁଟି ପରେ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଘରକୁ ଫେରୁଥିବା ବେଳେ ରାସ୍ତା ପାର କରୁଥିଲେ। ଏହି ସମୟରେ ପିଲାଙ୍କ ଉପରେ ଟ୍ରକଟି ଚଢି ଯାଇଥିଲା । ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଆହତ ହୋଇଥିବା ଏକାଧିକ ପିଲାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ ଟ୍ରକକୁ ଜାଳି ଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ୫ଜଣ ଛାତ୍ରଛାତ୍ରୀ ଙ୍କ ମୃତ୍ୟୁ ପରେ ପୂରା ରାହାଞ୍ଜ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଦୁର୍ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି । ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.