ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର୍‌

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନୀର କାର୍ଯ୍ୟଧାରା ସମ୍ବନ୍ଧୀୟ ଅଧିକାରୀମାନଙ୍କୁ ନିଯୁକ୍ତ କରିବାରେ ବିଫଳ ହେବା କାରଣରୁ ଟ୍ୱିଟର୍‌ ଭାରତରେ ଆଇନଗତ ସୁରକ୍ଷା ହରାଇଥିବା ଜଣାପଡିଛି । ବିଶେଷସୂତ୍ରରୁ ପ୍ରକାଶ ଯେ, ନୂଆ ସାମାଜିକ ଗଣମାଧ୍ୟମ ଆଇନ ଅନୁସାରେ ଦେଶରେ ପ୍ରମୁଖ ଅଧିକାରୀମାନଙ୍କୁ ନିଯୁକ୍ତି ଦେବାରେ ଅସମର୍ଥ ହୋଇଥିବା କାରଣରୁ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟ୍‌ଫର୍ମ ଟ୍ୱିଟର୍‌ ଭାରତରେ ଆଇନଗତ ସୁରକ୍ଷା ହରାଇଛି । ମନ୍ତ୍ରାଳୟରୁ ଚିଠି ପାଇବା ପରେ ମଧ୍ୟ ଟ୍ୱିଟର୍‌ ନିୟମ ଅନୁଯାୟୀ କାର୍ଯ୍ୟ କଲାନାହିଁ । ଟ୍ୱିଟର୍‌ର ଇଣ୍ଟର୍‌ ମିଡିଆରି ଷ୍ଟାଟସ୍‌ ପ୍ରତ୍ୟାହାର କରାଯିବା ସଂକ୍ରାନ୍ତରେ କୌଣସି ଆଦେଶନାମା ଜାରି କରାଯିବ ନାହିଁ । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ନୂଆ ‘ଆଇଟି’ ନିୟମାବଳି ପ୍ରତି ସମ୍ମତ ବୋଲି ମଙ୍ଗଳବାର ଦିନ ଟ୍ୱିଟର୍‌ କହିଥିଲା । ସେହି ଅନୁସାରେ, ଜଣଙ୍କୁ ଅସ୍ଥାୟୀ ଚିଫ୍‌ କମ୍ପ୍ଲିଆନସ୍‌ ଅଫିସର୍‌ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.