ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ମହାକଳିରେ ଏବେ ନୂଆ ଟୁଇଷ୍ଟ ଆସିଛି। ଦିଲ୍ଲୀ ହାଇକୋର୍ଟ ଏବେ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ରୁଜୁ ଏଫଆଇଆର ଫାଇଲ୍ର ତର୍ଜମା କରିବାକୁ ଅନୁମତି ଦେଇଛନ୍ତି ।
ହାଇକୋର୍ଟ ବିଚାରପତି ଜଷ୍ଟିସ୍ ନଜିମ ୱାଜିରି କହିଛନ୍ତି, ବର୍ମା ସିଭିସି ଅଫିସ୍ ଯାଇ ଆସ୍ଥାନାଙ୍କ ଲାଞ୍ଚ ମାମଲାର ଫାଇଲ୍କୁ ତର୍ଜମା କରିପାରିବେ । ଏଥିସହ ଡିସେମ୍ବର ୭ ଯାଏ ଆସ୍ଥାନାଙ୍କ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଆସ୍ଥାନା ଜଣେ ବ୍ୟବସାୟୀଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏନେଇ ବର୍ମା ଏକ ଏଫ୍ଆଇଆର୍ ମଧ୍ୟ ରୁଜୁ କରିଛନ୍ତି ।