ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ଦୁଇ ଭାଇଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ

0

ଓଡିଶା ଫାଷ୍ଟ(ବ୍ୟୁରୋ): କିଛି ମାସ ତଳେ କଂଗ୍ରେସରୁ ବହିଷ୍କୃତ ହୋଇ ବିଜେଡିରେ ଯୋଗ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲା ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଆହତମାନେ ହେଲେ ନରେଶ ପ୍ରତାପ ସିଂ, ରିତେଶ ସିଂ ଓ ସୁମନ୍ତ ପଟେଲ ଓ ଅନ୍ୟ ଦୁଇ ଜଣଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଭଷ୍ମା ଥାନା ଅଧିନସ୍ଥ ରାଏବଗା ଗାଁରେ ବିଜେପି କର୍ମୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଖବର ପାଇ ଯୋଗେଶ ଙ୍କ ଦୁଇ ଭାଇ ନିଜର କିଛି ସମର୍ଥକଙ୍କ ସହିତ ସେଠାରେ ପହଞ୍ଚିଥିଲେ । ବିଜେପି କର୍ମୀମାନେ ସେମାନଙ୍କୁ ଦେଖି ଅତର୍କିତ ଆକ୍ରମଣ କରିଥିଲେ ଫଳରେ ପ୍ରତାପ, ରିତେଶ  ଓ ସୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅପରପକ୍ଷରେ ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏହାକୁ ଖଣ୍ଡନ କରି କହିଛନ୍ତି, ରାଏବଗା ଗାଁରେ ବିଜେଡି କର୍ମୀ ମାନେ ଟଙ୍କା ବାଣ୍ଟୁଥିବା ସମୟରେ ଗ୍ରାମବାସୀମାନେ ଏହାକୁ ବିରୋଡ଼ କରିଥିଲେ ତେଣୁ ଗଣ୍ଡଗୋଳ ମାରପିଟରେ ପରିଣତ ହୋଇଥିଲା ଯାହାଫଳରେ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ ଆହତ ହୋଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.