ଏସଟିଏଫ୍‌ ଟିମ ଦ୍ୱାରା ଦୁଇ ଅପରାଧୀ ଗିରଫ, ଗୋ ଚାଲାଣ ସହ ସମ୍ପୃକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ ଟିଟୋ ଓରଫ ସୟାଦ ଉଷମାନ ଅଲ୍ଲୀ ସହ ଲିଙ୍କ୍‌ରେ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର ସରୋଜ ପତି(୩୧) ଓ ଖୋର୍ଦ୍ଧାର ବଟୁ ଓରଫ ବଟକୃଷ୍ଣ ପାଣି(୪୫) । ଉଭୟ ଟିଟୋର ସହଯୋଗୀ ଭାବରେ କାମ କରୁଥିଲେ । ସେମାନଙ୍କ ନାଁରେ ଟେଣ୍ଡେର ଫିକ୍ସିଂ, ଦାଦାବଟି, ମର୍ଡର ଆଦି ଅନେକ ମାମଲା ଅଛି । ପୋଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଟିଟୋ ଲିଙ୍କ୍‌ରେ ପୁଣି ଦୁଇଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚର ଏସଟିଏଫ୍‌ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପୁଟର ଦୋକାନୀ ସରୋଜ ପତିଙ୍କୁ ଗତକାଲି ବିଳମ୍ବିତ ରାତିରେ ଏସଟିଏଫ୍‌ ଉଠାଇ ନେଇଛି। ଟିଟୋ ଓ ତାର ଭାଇମାନଙ୍କ ଘରେ ସରୋଜ ସିସିଟିଭି କ୍ୟାମେରା ଲଗାଇଥିଲା । ମାତ୍ର ଟିଟୋ ଗିରଫ ପରେ ସରୋଜ ଏଥିରୁ ପ୍ରମାଣ ନଷ୍ଟ କରିଥିବା କ୍ରାଇମବ୍ରାଞ୍ଚ୍‌ ଜାଣିବାକୁ ପାଇଥିଲା । ଟିଟୋର ଭାଇମାନେ ଫେରାର ହେବାରେ ସରୋଜର ହାତ ଥିବା ଏସଟିଏଫ୍‌ ଟିମ ଜାଣିବାକୁ ପାଇଛି । ସେହିପରି ବଟୁ ପାଣି ର ଟେଣ୍ଡେର ଫିକ୍ସିଂ, ଦାଦାବଟି, ମର୍ଡର ବ୍ୟତୀତ ଗୋରୁ ଚାଲାଣରେ ମଧ୍ୟ ହାତଥିବା ଜାଣିବାକୁ ପାଇଛି । ବଟୁର କଳିଙ୍ଗନଗର ଘରରେ ଚଢ଼ାଉ ସମୟରେ ଏକ ଲାଇସେନ୍ସ ବିହୀନ ବନ୍ଧୁକ ଜବତ କରିଛି ପୋଲିସ ।

Sikshaya
Leave A Reply

Your email address will not be published.