ଦୁଇ ଗିରଫ ବନ୍ଧୁକ ଜବତ

0

ଓଡିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ଦୁଇ କୁଖ୍ୟାତ ଲୁଟେରାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମନେ ହେଲେ ବିକାଶ ବେହେରା ଓ ପପି ପ୍ରଧାନ । ତମାଣ୍ଡୋ ଥାନା ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୩ଟି ଅଫୁଟା ଗୁଳି ପୋଲିସ ଜବତ କରିଛି।

ଗତ ଫେବୃଆରୀ ୨୩ ତାରିଖରେ ତମାଣ୍ଡୋ ଅଞ୍ଚଳରୁ ସଚିନ୍ଦ୍ର ଇନ୍ଦ୍ରଜିତ ଗୁଳିମାଡ଼ ଓ ଲୁଟ ଘଟଣାରେ ଏମନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଘଟଣା ଦିନ ବିଳମ୍ବିତ ରାତିରେ ସଚିନ୍ଦ୍ର ଏକ ଭୋଜି ସାରି ଘରକୁ ଫେରୁ ଥିଲେ। ଜାତୀୟ ରାଜପଥ ଉପରେ ଥିବା ଏକ ପାନ ଦୋକାନ ନିକଟରେ ଠିଆ ହାଇଥିବା ବେଳେ ଦୁଇ ଅଭିଯୁକ୍ତ ସେଠାରେ ପହଁଚି ଲୁଟ ଉଦ୍ୟମ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ଗୁଳି ମାଡ କରି ଟଙ୍କା ଛଡାଇ ନେଇଥିଲେ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି।
ଅଭିଯୁକ୍ତ ଗିରଫ ହେବା ପରେ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟିଛି। ଏହା ଲୁଟ ଉଦେଶ୍ୟରେ ହୋଇଥିବା ଡିସିପି ଅନୁପ ସାହୁ ସ୍ପଷ୍ଟ କରିଛନ୍ତି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହା ଘଟିଥିବା ସଚିନ୍ଦ୍ର ଅଭିଯୋଗ କରିଥିଲେ। ପାତ୍ରପଡା ଠିକାଦାର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ଗ୍ୟାଙ୍ଗ ଏଭଳି କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି।

Leave A Reply

Your email address will not be published.